
ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲି-ଓଡିଶା ଜନ ସମ୍ବାଦ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ କେନ୍ଦ୍ର ଗୃହମନ୍ତ୍ରୀ @AmitShah ଜୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଜୀ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଜୀଙ୍କ ସହ ଯୋଗଦେଲି ।
ବର୍ତ୍ତମାନ ପରିବର୍ତ୍ତିତ ବିଶ୍ୱରେ ଭାରତବର୍ଷ ଏକ ନୂଆ ଆତ୍ମବିଶ୍ୱାସ ନେଇ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପଷ୍ଟ କ୍ରିୟାନ୍ୱୟନ କାରଣରୁ ଦେଶ ଆଜି ପୃଥିବୀରେ ନୂଆ ମାଇଲଖୁଂଟ ତିଆରି କରିଛି । ପୃଥିବୀର ୧୫୦ ଦେଶକୁ ଭାରତ ନିଜେ ସମ୍ଭାଳିବା ସହ ଗରିବ ମାନଙ୍କ ଭିତରେ ନୂଆ ଆଶାର ସଂଚାର ଭରିଛି।
ଅନେକ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ଦାୟିତ୍ୱ ନେଇଛନ୍ତି । ମାତ୍ର ମୋଦି ସରକାର ବିଗତ ୬ ବର୍ଷରେ ଓଡିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଗତ ୬ ବର୍ଷରେ ମୋଦି ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ନୂଆ ଯୋଜନା ମାଧ୍ୟମରେ ସ୍ପଷ୍ଟ କ୍ରିୟାନ୍ୱୟନ କରି ପୂର୍ବ ଭାରତକୁ ଅନ୍ୟ ଅଂଚଳ ସହ ସମକକ୍ଷ କରିବାକୁ କଟିବଦ୍ଧ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଁ କୃତଜ୍ଞତା ଜଣାଉଛି ।
ଦେଶରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ବିଗତ ୬ ବର୍ଷରେ ଯେପରି ଦାୟିତ୍ୱ ନେଇଛନ୍ତି ପୂର୍ବରୁ କୌଣସି ସରକାର ଏପରି ଦାୟିତ୍ୱ ନେଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ, ଉଜ୍ଜଳା ଓ ଜନଧନ ପରି ଯୋଜନାରେ ଓଡିଶା ସବୁଠୁ ବଡ ଅଂଶ ଲାଭ ପାଇଛି ।
ଉପକୂଳ ଜାତୀୟ ରାଜପଥ, ଶିଳ୍ପାୟନ, କଳିଙ୍ଗ ନଗରକୁ ଷ୍ଟିଲ୍ ହବରେ ପରିଣତ କରିବା ଲକ୍ଷ୍ୟ ଓ ପାରାଦୀପ ରିଫାଇନାରୀର କାମ ମୋଦି ସରକାରରେ ହୋଇଛି । ଏତବ୍ୟତିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ପ୍ରଧାନମନ୍ତ୍ରୀ ମୋଦି ୫୦ କୋଟି ଟଙ୍କା ଦେଇଥିଲେ । ଲେଖକ ହଳଦର ନାଗଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡିଆ ଜାତିର ସମ୍ମାନ ବଢାଇଛନ୍ତି ମୋଦି ।
ମାଣବସା ଗୁରୁବାର, ରାବଣ ଛାୟା ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତି ଓ ପରମ୍ପରାର ପ୍ରଧାନମନ୍ତ୍ରୀ ମୋଦିଜୀ ସମ୍ମାନ ବଢାଇଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ସୌର ଶକ୍ତି ନଗର କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ଅମ୍ଫନ ବାତ୍ୟାର ଅନୁଧ୍ୟାନ ଓ ସମୀକ୍ଷା କରିବା ପାଇଁ ମେ ୨୨ ତାରିଖରେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ଦୁଇ ରାଜ୍ୟରେ ବିଜେପି ସରକାର ନଥାଇ ମଧ୍ୟ ଗରିବଙ୍କ କଥା ଚିନ୍ତା କରି ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ରରେ ଏହି ଦୁଇଟି ରାଜ୍ୟକୁ ଗସ୍ତ କରି ପଶ୍ଚିମବଙ୍ଗ ପାଇଁ ତତ୍କାଳୀନ ୧୦୦୦ କୋଟି ଏବଂ ଓଡିଶା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ । ଏହାସହ ମୋଦିଜୀଙ୍କ ଗସ୍ତର ଦିନକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛୁଟି ଦିନରେ ରାଜ୍ୟକୁ ସଙ୍ଗେସଙ୍ଗେ ୫୦୦ କୋଟି ଟଙ୍କା ପଠାଇଦେଲେ ।
୨୦୧୪ ପୂର୍ବରୁ ଦିଲ୍ଲୀ ସରକାରରେ ଶାସନ ଦାୟିତ୍ୱରେ ଥିବା ସରକାର ଯଦି ପୂର୍ବ ଭାରତକୁ ଗୁରୁତ୍ୱ ଦେଇଥାନ୍ତେ ତେବେ ଏଭଳି ଦିନ ଦେଖାଯାଇନଥାନ୍ତା । ସ୍ୱାଧୀନତା ପରେ ପଶ୍ଚିମ ଓ ଦକ୍ଷିଣ ଭାରତ ପରି ପୂର୍ବ ଭାରତ ବିକଶିତ ହୋଇନାହିଁ । ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସମଗ୍ର ଭାରତର ସନ୍ତୁଳିତ ବିକାଶ କଳ୍ପନା କରିବା ଅସମ୍ଭବ ବୋଲି ଏକ ଭାଷଣରେ ମୋଦିଜୀ କହିଥିଲେ । ନରେନ୍ଦ୍ର ମୋଦିଜୀଙ୍କ ଏହି ଭାଷଣକୁ ବାସ୍ତବରେ କରି ଦେଖାଇଛନ୍ତି ।
