ଧର୍ମେନ୍ଦ୍ରଙ୍କୁ ବିରୋଧ କରିବାକୁ ଯାଇ ଝାଳ ବୁହାଇ ଶେଷରେ ନିରାଶ ହେଲେ ବିରୋଧୀ

ଗତ ୮ ତାରିଖ ଦିନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଭର୍ଚୁଆଲ ରାଲିରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପଦ୍ମଶ୍ରୀ ହଳଧର ନାଗଙ୍କ ପ୍ରସଙ୍ଗ ରଖିବା ବେଳେ ତାଙ୍କୁ ସାଧାରଣ ଓଡ଼ିଆ ଘରର ମଣିଷ ବା ମଳିମୁଣ୍ଡିଆ ବୋଲି କଥା ପ୍ରସଙ୍ଗରେ କହିଲେ । କିଛି ହାତଗଣତି ଲୋକ ଧର୍ମେନ୍ଦ୍ରଙ୍କ କହିଥିବା କଥାରୁ ଭୁଲ କାଢ଼ିବାର ପ୍ରୟାସରେ ଝାଳ ବୁହାଇ ବାରେ ବ୍ୟସ୍ତ ରହିଲେ ।

ମଳି ମୁଣ୍ଡିଆର ଅର୍ଥକୁ ରାଜନୈତିକ ଉଷ୍ମତା ପାଇଁ କଦର୍ଥ କରାନଯାଉ । ସାଧାରଣ ମଣିଷ କୁ ଲୋକଭାଷାରେ ମଳି ମୁଣ୍ଡିଆ ବୋଲି କୁହା ଯାଇଥାଏ । କଥାରୁ ଖିଅ କାଢୁଥିବା ମଣିଷ ମାନେ କେନ୍ଦ୍ରମନ୍ତ୍ରୀଙ୍କର ହଳଧର ନାଗଙ୍କ ଭଳି ବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନକୁ ନେଇ ପ୍ରଶ୍ନ ଉଠାଇବା ପୂର୍ବରୁ କେତେଥର ଧର୍ମେନ୍ଦ୍ର ପ୍ରଧାନ ଦୁନିଆ ସମ୍ମୁଖରେ ହଳଧରଙ୍କୁ ସମାନ୍ନିତ କରିବାକୁ ଯାଇ ହାତ ଯୋଡ଼ି ମୁଣ୍ଡ ତଳକୁ କରିଛନ୍ତି ତାହା ବିଷୟରେ ମଧ୍ୟ ଆଲୋକପାତ କରନ୍ତୁ । ଏହା ଛଡ଼ା କେନ୍ଦ୍ରମନ୍ତ୍ରୀ ନିଜେ ନିଜକୁ ମଧ୍ୟ ଅନେକଥର ଆମେ ଢେଙ୍କାନାଳିଆ- ବୁଦ୍ଧି କମ, ସାଧାରଣ ଘରୁ ଆସିଛୁ- ଏମିତି କହିବାର ସଂଖ୍ୟାଧିକ ଭିଡିଓ ଗୁଗୁଲ ରେ ଉପଲବ୍ଧ ଅଛି ।

ଧର୍ମେନ୍ଦ୍ରଙ୍କ କଥାର ଆକ୍ଷରିକ ଶବ୍ଦ ଏହା ଯେ କେଉଁ ପ୍ରଧାନମନ୍ତ୍ରୀ ହଳଧର ନାଗଙ୍କ ପରି ସାଧାରଣ ମଣିଷକୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ଓଡ଼ିଶାକୁ ଗୌରବ ମୟ କରିଥିଲେ? ଏହି ମନ୍ତବ୍ୟରେ କଣ ବା ଆପତ୍ତି ଥାଇ ପାରେ? ଯଦି ମୋଦୀଙ୍କୁ ଚାହା ବିକାଳିରୁ ପ୍ରଧାନମନ୍ତ୍ରୀ କହି ପାରୁଛେ, ସ୍ବର୍ଗତ କଲାମଙ୍କୁ ପେପର ବାଲା ସମ୍ବୋଧିତ କରି କହି ପାରୁଛେ, ତାହେଲେ ହଳଧର ନାଗଙ୍କ ପରିସ୍ଥିତି ଅନୁସାରେ ମଳିମୁଣ୍ଡିଆ କହିବାରେ ଆପତ୍ତି କୋଉଠି ରହିଲା? ମଳି ମୁଣ୍ଡିଆ ତ କୌଣସି ଅପ ଶବ୍ଦ ବି ନୁହଁ । ଓଡ଼ିଆରେ ମଳି ମୁଣ୍ଡିଆର ପ୍ରକୃତ ଅର୍ଥ ଗରିବକୁ କିମ୍ବା ସାଧାରଣ ମଣିଷକୁ ହିଁ ବୁଝାଏ । ତାଙ୍କ ଭାଷଣରେ ସେ ମାଟିର ମହକ ହଳଧର ନାଗଙ୍କୁ ଉଲ୍ଲେଖ କରିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ସାଧୁବାଦ । ରାଜ୍ୟର ବଣମଲ୍ଲୀ ମାନଙ୍କ ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧା ଭାରତର ରାଜଧାନୀରେ ଆଲୋଚ୍ୟର ବିଷୟ । ବିନା ପ୍ରସଙ୍ଗରେ ଆଲୋଚନାକୁ ଓଡ଼ିଶାର ଜନତା ଗ୍ରହଣ କଲାଭଳି ମନେ ହେଉନାହିଁ। ତେଣୁ ଅଯଥା ରାଜନୀତି କରନ୍ତୁ ନାହିଁ।

Leave a comment