ମୋଦୀଙ୍କ ପୂର୍ଵ ଭାରତର ବିକାଶ ସ୍ୱପ୍ନରେ ଓଡ଼ିଶାକୁ ସଜାଇବାକୁ

ଓଡ଼ିଶାରେ ଟେକ୍ସଟାଇଲ ଏବଂ ପ୍ଲାଷ୍ଟିକ ଶିଳ୍ପ ଭିତ୍ତିଭୂମି ପାଇଁ ୨୦୧୭ ମସିହାରେ ପେଟ୍ରୋକେମିକାଲ ଇନଭେଷ୍ଟରସ୍‌ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଆହ୍ୱାନ – ଆଜି ସ୍ବପ ନେଇଛି ବାସ୍ତବତାର ରୂପ |ମୋଦୀ ସରକାରଙ୍କ ପ୍ରଥମ ପାଳିରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ବିଶ୍ୱସ୍ତରୀୟ ପାରାଦ୍ୱୀପ ରିଫାଇନାରୀର ସଫଳ ରୂପାୟନ ଘଟିଲା । ବିଭାଗୀୟ ମନ୍ତ୍ରୀ ଓ ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଧର୍ମେନ୍ଦ୍ର ପ୍ରଧାନ ସେତିକିରେ ଅଟକି ଯିବାକୁ ଚାହିଁ ନଥିଲେ । ଓଡ଼ିଶା ଏବଂ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅନେକ କିଛି କରିବାର ପ୍ରବଳ ଇଛାଶକ୍ତି ସହ ସେ ୨୦୧୭ ମସିହାରେ ପେଟ୍ରୋଲିୟମ ଓ ପ୍ଲାଷ୍ଟିକ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କ ମନ୍ତ୍ରାଳୟ ଆୟୋଜିତ କରିଥିଲା ପେଟ୍ରୋକେମିକାଲ ଇନଭେଷ୍ଟରସ୍‌ କନକ୍ଲେଭ୍। ଏଥିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ବିକାଶ ଚାହାଁନ୍ତି ଏବଂ ଆମେ ଏହି ସ୍ବପକୁ ପୁରା କରିବା ଦିଗରେ କାମ କରିବାକୁ ଆହ୍ୱାନ ଦେଇଥିଲେ ।ସେ କହିଥିଲେ- ପାରାଦୀପ ବିଶ୍ୱ ପାଇଁ ବିକାଶ ଉର୍ଜାର ପ୍ରବେଶ ପଥ ହେବ।

ପୂର୍ବ ଭାରତରେ ପେଟ୍ରୋକେମିକାଲ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କ ଅବଗତ କରି ଧର୍ମେନ୍ଦ୍ର ପ୍ରଧାନ ପାରାଦ୍ୱୀପ, ଭଦ୍ରକ ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ଲାଷ୍ଟିକ ଏବଂ ଟେକ୍ସଟାଇଲର ପେଣ୍ଠସ୍ଥଳ କରିବା ପାଇଁ ନିବେଶକଙ୍କୁ ଅନୁରୋଧ କରିଥିଲେ ଏବଂ ଅନେକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଯୁବ ଉଦ୍ୟୋଗୀମାନେ ସିଧାସଳଖ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନାର ଆରମ୍ଭ ହୋଇଥିଲା ପ୍ରକ୍ରିୟା ।
ରାଜ୍ୟରେ ଏକ ବିଶ୍ୱସ୍ତରୀୟ, ଉଜ୍ଜ୍ୱଳ ପେଟ୍ରୋକେମିକାଲ୍ସ କମ୍ପଲେକ୍ସ ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର କରୁଥିବା ପ୍ରଚେଷ୍ଟା ସାକାର ହେବାର ସାମ୍ନାକୁ ଆସିଛି ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମିଳିତ ଭାବେ ପାରାଦୀପ ଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି)ର ଉଦ୍‌ଘାଟନ କରିଛନ୍ତି । ପିଏଡିସି ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ଭିଜନକୁ ସାକାର କରିବ । ଓଡିଶାର ଶିଳ୍ପାୟନରେ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସର୍ବଦା ସହଯୋଗ କରିଆସୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମିଳିତ ଭାବେ ପାରାଦୀପ ଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି)ର ଉଦ୍‌ଘାଟନ କରିଛନ୍ତି

ସେ କହିଛନ୍ତି ଓଡିଶାର ଶିଳ୍ପାୟନ ତଥା ବିକାଶ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଇଣ୍ଡିଆନ ଅଏଲ ପକ୍ଷରୁ ଏହି କେନ୍ଦ୍ରକୁ ନିର୍ମାଣ କରାଯାଇଛି । ଅ।ଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହା ଜାତୀୟ ସ୍ତରର ଓ ଅନ୍ତର୍ଜାତିୟ ସ୍ତରର ସେଂଟରରେ ଓଡିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରାଯିବ । ଏହି ସେଂଟର ଓଡିଆ ଶିଳ୍ପ ଉଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ ପଦକ୍ଷେପ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭାରତ ସରକାରଙ୍କ ସହଯୋଗରେ ଓଡିଶା ସରକାର ପେଟ୍ରୋକେମିକାଲ, ଇସ୍ପାତ, ଖଣି, କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ସଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ୱ ବଢାଇବାର ଲକ୍ଷ୍ୟ ରଖିଛନ୍ତି ।ଇଣ୍ଡିଆନ ଅଏଲ କର୍ପୋରେସନ ପାରାଦୀପରେ ୪୦ ହଜାରରୁ ଅଧିକ କୋଟି ଟଙ୍କା ପୁଞ୍ଜନିବେଶ କରିଛି । ଇଡକୋ ଏବଂ ଆଇଓସିଏଲ ପକ୍ଷରୁ ଯୁଗ୍ମ ଭାବରେ ଏସପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ ପାର୍କ ନିର୍ମାଣ କରାଯାଉଛି । ଭାରତ ସରକାରଙ୍କ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ତରଫରୁ ଭୁବନେଶ୍ୱର ସିପେକର ଉଚ୍ଚସ୍ତରର ପ୍ରଶିକ୍ଷଣ କେନ୍ଦ୍ର ବନାଯାଇଛି । ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧା ବା ଓଡିଶାର ପ୍ଲାଷ୍ଟିକ ଅଂଚଳରେ ଉଦ୍ୟୋଗୀଙ୍କୁ ନିରନ୍ତର କମ ମୂଲ୍ୟରେ କଂଚାମାଲ ଦେବାର ଦାୟିତ୍ୱ ଇଣ୍ଡିଆନ ଅଏଲ ନେବ ।

ଓଡିଶାକୁ ଗ୍ୟାସ ଆଧାରିତ ଅଂଚଳ ଭାବେ ତିଆରି କରିବା, ତୈଳ ଭିତିଭୂମି ଅଂଚଳ ଭାବରେ ପରିଣତ କରିବା, ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ଏବଂ ଆନୁଷାଙ୍ଗିକ ଆନ୍ସିଲାରୀ କ୍ଷେତ୍ରକୁ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।ଏହି ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଆଇଓସିଲର ଚେୟାରମ୍ୟାନ ସଞ୍ଜିବ ସିଂହ ଏବଂ ଭାରତ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment