ଗବବସ୍ତ ମଣ୍ଡଳରେ ଗୃହ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ।

ଭାରତୀୟ ଜନତା ପାର୍ଟି ନିଆଳୀ ତରଫରୁ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଗୃହ ସମ୍ପର୍କ କାର୍ଯ୍ୟକ୍ରମ ଖଲର୍ଦା ପଞ୍ଚାୟତରୁ ଆରମ୍ଭ କରାଗଲା .
ନିଆଳୀ ବିଜେପି ନେତା ଛବି ମଲ୍ଲିକ୍ ଙ୍କ ନେତୃତ୍ବରେ ଗବବସ୍ତ ମଣ୍ଡଳ ସଭାପତି ଧିରେନ୍ଦ୍ର ବାରିକ ଙ୍କ ତତ୍ବାବଧାନରେ ଖଲର୍ଦା ପଞ୍ଚାୟତ ସଭାପତି ଉପେନ୍ଦ୍ର ସାହୁଙ୍କ ଉପସ୍ଥିତିରେ ,ଉପ ସଭାପତି ଉମେଶ ନାୟକ , ବରିଷ୍ଟ କାର୍ଯ୍ୟକର୍ତା ରାଜକିଶୋର ଜେନା,ପୂର୍ବତନ ଭାଇସ ଚେୟାରମ୍ୟାନ୍ ଗୁରୁଚରଣ ସ୍ବାଇଁ,ବିଶିଷ୍ଟ ସମବାୟ ବିତ୍ ବନ୍ଧୁଚରଣ ସାହୁ,ଜୟଦେବ ଘୋଷ,ନିରୋଜ ପତି,ଅଜୟ ମୂଳିଆ,ମନୋଜ ସ୍ବାଇଁ,ଶିବପ୍ରସାଦ ମୁଦୁଲି, ବିଜେପିର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଖଲର୍ଦା ପଞ୍ଚାୟତରେ ଘରେ ଘରେ ବୁଲି ବିଜେପିର ବାର୍ତା ନରେନ୍ଦ୍ର ମୋଦି ଙ୍କ ବାର୍ତାକୁ ଲୋକ ମାନଙ୍କ ଭିତରେ ପହଞ୍ଚାଇ ଥିଲେ .

ଚୀନ ମୁହଁରେ ମୋଦି ସରକାରର ଶକ୍ତ ଚାପୁଡା: ଭାରତରେ ଟିକ୍‌ଟକ୍ ସମେତ ୫୯ ଚାଇନିଜ୍ ଆପ୍ ବ୍ୟାନ୍

ନୂଆଦିଲ୍ଲୀ ୨୯।୦୬: ପୂର୍ବ  ଲଦାଖରେ ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ର ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦେଶରେ ଚୀନ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଥିଲା। ବୟକଟ ଚାଇନା ଅଭିଯାନ ଜୋର ଧରିଥିଲା। ଚୀନ ସାମଗ୍ରୀ ବହିଷ୍କାର ସହିତ ଚୀନ ଆପ୍‌ ବ୍ୟାନ୍ କରିବାକୁ ଦାବି ଜୋର ଧରିଥିଲା। ଏବେ ଚୀନ ଉପରେ ବାଜିଛି ଶକ୍ତ ଚାପୁଡା। ଏବେ ସରକାର ଏହାକୁ ଗମ୍ଭୀରତାର ସହ ଚାଇନା ଆପକୁ ଦେଶରେ ବ୍ୟାନ୍‌ କରିବାକୁ ଘୋଷଣା କରିଛନ୍ତି। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍ ଆପ୍‌କୁ ବ୍ୟାନ୍‌ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିରେ ୟୁସି ବ୍ରାଉଜର ମଧ୍ୟ ସାମିଲ।

ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ସରକାର ସେହି ୫୯ ମୋବାଇଲ ଆପ୍‌ ଉପରେ ବ୍ୟାନ୍‌ ଲଗାଇଛନ୍ତି ଯାହା ଦେଶର ସାର୍ବଭୌମତ୍ଵ ଓ ଅଖଣ୍ଡତା, ଦେଶର ରକ୍ଷା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଥିଲା। ଟିକ୍‌ଟକ୍ ସମେତ ଏଥିରେ ୟୁସି ବ୍ରାଉଜର, ସେୟାର ଇଟ୍, ହେଲ ପରି ୫୯ ଆପ୍‌ ସାମିଲ।

ଏହା ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଚାଇନିଜ୍ ଆପ୍‌ର ଏକ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅପିଲ୍ କରାଯାଇଥିଲା ଯେ, ଏହି ଆପ୍‌କୁ ତୁରନ୍ତ ମୋବାଇଲ୍‌ରୁ ହଟାଇ ଦିଆଯାଉ। ଏହା ପଛରେ ତର୍କ ଦିଆଯାଇଥିଲା ଯେ, ଚୀନ ଏହି ସବୁ ଆପ୍ ଜରିଆରେ ଡାଟା ହ୍ୟାକ୍‌ କରିପାରେ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡାଟା ସୁରକ୍ଷା ସମ୍ବନ୍ଧିତ ଦିଗ ଓ ୧୩୦ କୋଟି ଭାରତୀୟଙ୍କ ଗୋପନୀୟତାର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଥିଲା।

ଚୀନ ମୁହଁରେ ମୋଦି ସରକାରର ଶକ୍ତ ଚାପୁଡା: ଭାରତରେ ଟିକ୍‌ଟକ୍ ସମେତ ୫୯ ଚାଇନିଜ୍ ଆପ୍ ବ୍ୟାନ୍

ନୂଆଦିଲ୍ଲୀ ୨୯।୦୬: ପୂର୍ବ  ଲଦାଖରେ ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ର ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦେଶରେ ଚୀନ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଥିଲା। ବୟକଟ ଚାଇନା ଅଭିଯାନ ଜୋର ଧରିଥିଲା। ଚୀନ ସାମଗ୍ରୀ ବହିଷ୍କାର ସହିତ ଚୀନ ଆପ୍‌ ବ୍ୟାନ୍ କରିବାକୁ ଦାବି ଜୋର ଧରିଥିଲା। ଏବେ ଚୀନ ଉପରେ ବାଜିଛି ଶକ୍ତ ଚାପୁଡା। ଏବେ ସରକାର ଏହାକୁ ଗମ୍ଭୀରତାର ସହ ଚାଇନା ଆପକୁ ଦେଶରେ ବ୍ୟାନ୍‌ କରିବାକୁ ଘୋଷଣା କରିଛନ୍ତି। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍ ଆପ୍‌କୁ ବ୍ୟାନ୍‌ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିରେ ୟୁସି ବ୍ରାଉଜର ମଧ୍ୟ ସାମିଲ।

ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ସରକାର ସେହି ୫୯ ମୋବାଇଲ ଆପ୍‌ ଉପରେ ବ୍ୟାନ୍‌ ଲଗାଇଛନ୍ତି ଯାହା ଦେଶର ସାର୍ବଭୌମତ୍ଵ ଓ ଅଖଣ୍ଡତା, ଦେଶର ରକ୍ଷା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଥିଲା। ଟିକ୍‌ଟକ୍ ସମେତ ଏଥିରେ ୟୁସି ବ୍ରାଉଜର, ସେୟାର ଇଟ୍, ହେଲ ପରି ୫୯ ଆପ୍‌ ସାମିଲ।

ଏହା ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଚାଇନିଜ୍ ଆପ୍‌ର ଏକ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅପିଲ୍ କରାଯାଇଥିଲା ଯେ, ଏହି ଆପ୍‌କୁ ତୁରନ୍ତ ମୋବାଇଲ୍‌ରୁ ହଟାଇ ଦିଆଯାଉ। ଏହା ପଛରେ ତର୍କ ଦିଆଯାଇଥିଲା ଯେ, ଚୀନ ଏହି ସବୁ ଆପ୍ ଜରିଆରେ ଡାଟା ହ୍ୟାକ୍‌ କରିପାରେ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡାଟା ସୁରକ୍ଷା ସମ୍ବନ୍ଧିତ ଦିଗ ଓ ୧୩୦ କୋଟି ଭାରତୀୟଙ୍କ ଗୋପନୀୟତାର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଥିଲା।

ନିଆଳୀ ବିଧାନସଭା ସ୍ତରୀୟ ଜନ ସମ୍ୱାଦ ରାଲି ପାଇଁ ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ନିଆଳୀ ନିର୍ବାଚନ ମଣ୍ଡଳୀର ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଆଳୀ ବିଜେପି ନେତା ଛବି ମଲ୍ଲିକ କିପରି ଅଧିକ ରୁ ଅଧିକ ଲୋକଙ୍କୁ ରାଲିରେ ଯୋଡାଯିବ ସେ ବିଷୟରେ କାର୍ଯ୍ଯକର୍ତ୍ତା ମାନଙ୍କୁ ଆହ୍ୱାନ ଦେଲେ ।

କରୋନା ଭଳି ସଂକଟ ସମୟରେ ନିଆଳୀ ବିଜେପିର ସଦସ୍ୟମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । କରୋନା ଗାଇଡଲାଇନକୁ ପାଳନ କରି ଗରିବ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରିବା, ମାସ୍କ ବଣ୍ଟନ କାମ କରିଛିନ୍ତି ।

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ପ୍ଲାଟଫର୍ମରେ ତଥା ସାମାଜିକ ଦୂରତା ଅବଲମ୍ବନ କରି ଆସନ୍ତା ଜୁଲାଇ ୪ ତାରିଖ ରେ ଜନସମ୍ବାଦ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନିଆଳୀ ବିଧାନସଭା ର ନେତା ଛବି ମଲ୍ଲିକ ଆହ୍ବାନ ଦେଇଛନ୍ତି ।

ଜନ ସମ୍ବାଦ ରାଲି ପାଇଁ ନିଆଳୀ ବିଜେପି କାର୍ଯ୍ଯକର୍ତ୍ତା ମଧ୍ୟରେ ବଢୁଛି ଉତ୍ସାହ।

ନିଆଳୀ ବିଜେପି ନେତା ଛବି ମଲ୍ଲିକ ଙ୍କ ନେତୃତ୍ବରେ ଗବବସ୍ତ ମଣ୍ଡଳ,କୁରାଙ୍ଗ ପ୍ରଧାନ, କୁରାଙ୍ଗ ଶାସନ,ନଗରୀ ଖଲର୍ଦା ,କୋରକୋରା ,ହରିଅନ୍ତା,ଉଷୁମା,ସାଇଁଶୋ ପଞ୍ଚାୟତର ପ୍ରମୁଖ କାର୍ଯକର୍ତ୍ତା ବନ୍ଧୁ ମାନଙ୍କ ସହିତ ଆସନ୍ତା ୪ ତାରିଖରେ ହେବାକୁ ଥିବା ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି ଓ ଗୃହ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଗଲା ! ଏଥିରେ ମଣ୍ଡଳ ସଭାପତି ଧୀରେନ୍ଦ୍ର ବାରିକ ସଭାପତିତ୍ବ କରିଥିବା ବେଳେ , ନିର୍ବାଚନ ମଣ୍ଡଳୀର ସୋସିଆଲ୍ ମିଡିଆ କୋଡିନେଟର ରାଜକୁମାର ସ୍ବାଇଁ କିପରି ଅଧିକ ରୁ ଅଧିକ କାର୍ଯ୍ଯକର୍ତ୍ତା ଆପ୍ ମାଧ୍ୟମରେ ଯୋଡି ହୋଇ ପାରିବେ ବୁଝାଇ ଥିଲେ । ଏହି ଭର୍ଚୁଆଲ ରାଲି ନିଆଳୀ ବିଜେପି କାର୍ଯ୍ଯକର୍ତ୍ତା ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

ମୋଦୀଙ୍କ ପୂର୍ଵ ଭାରତର ବିକାଶ ସ୍ୱପ୍ନରେ ଓଡ଼ିଶାକୁ ସଜାଇବାକୁ

ଓଡ଼ିଶାରେ ଟେକ୍ସଟାଇଲ ଏବଂ ପ୍ଲାଷ୍ଟିକ ଶିଳ୍ପ ଭିତ୍ତିଭୂମି ପାଇଁ ୨୦୧୭ ମସିହାରେ ପେଟ୍ରୋକେମିକାଲ ଇନଭେଷ୍ଟରସ୍‌ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଆହ୍ୱାନ – ଆଜି ସ୍ବପ ନେଇଛି ବାସ୍ତବତାର ରୂପ |ମୋଦୀ ସରକାରଙ୍କ ପ୍ରଥମ ପାଳିରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ବିଶ୍ୱସ୍ତରୀୟ ପାରାଦ୍ୱୀପ ରିଫାଇନାରୀର ସଫଳ ରୂପାୟନ ଘଟିଲା । ବିଭାଗୀୟ ମନ୍ତ୍ରୀ ଓ ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଧର୍ମେନ୍ଦ୍ର ପ୍ରଧାନ ସେତିକିରେ ଅଟକି ଯିବାକୁ ଚାହିଁ ନଥିଲେ । ଓଡ଼ିଶା ଏବଂ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅନେକ କିଛି କରିବାର ପ୍ରବଳ ଇଛାଶକ୍ତି ସହ ସେ ୨୦୧୭ ମସିହାରେ ପେଟ୍ରୋଲିୟମ ଓ ପ୍ଲାଷ୍ଟିକ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କ ମନ୍ତ୍ରାଳୟ ଆୟୋଜିତ କରିଥିଲା ପେଟ୍ରୋକେମିକାଲ ଇନଭେଷ୍ଟରସ୍‌ କନକ୍ଲେଭ୍। ଏଥିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ବିକାଶ ଚାହାଁନ୍ତି ଏବଂ ଆମେ ଏହି ସ୍ବପକୁ ପୁରା କରିବା ଦିଗରେ କାମ କରିବାକୁ ଆହ୍ୱାନ ଦେଇଥିଲେ ।ସେ କହିଥିଲେ- ପାରାଦୀପ ବିଶ୍ୱ ପାଇଁ ବିକାଶ ଉର୍ଜାର ପ୍ରବେଶ ପଥ ହେବ।

ପୂର୍ବ ଭାରତରେ ପେଟ୍ରୋକେମିକାଲ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କ ଅବଗତ କରି ଧର୍ମେନ୍ଦ୍ର ପ୍ରଧାନ ପାରାଦ୍ୱୀପ, ଭଦ୍ରକ ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ଲାଷ୍ଟିକ ଏବଂ ଟେକ୍ସଟାଇଲର ପେଣ୍ଠସ୍ଥଳ କରିବା ପାଇଁ ନିବେଶକଙ୍କୁ ଅନୁରୋଧ କରିଥିଲେ ଏବଂ ଅନେକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଯୁବ ଉଦ୍ୟୋଗୀମାନେ ସିଧାସଳଖ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନାର ଆରମ୍ଭ ହୋଇଥିଲା ପ୍ରକ୍ରିୟା ।
ରାଜ୍ୟରେ ଏକ ବିଶ୍ୱସ୍ତରୀୟ, ଉଜ୍ଜ୍ୱଳ ପେଟ୍ରୋକେମିକାଲ୍ସ କମ୍ପଲେକ୍ସ ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର କରୁଥିବା ପ୍ରଚେଷ୍ଟା ସାକାର ହେବାର ସାମ୍ନାକୁ ଆସିଛି ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମିଳିତ ଭାବେ ପାରାଦୀପ ଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି)ର ଉଦ୍‌ଘାଟନ କରିଛନ୍ତି । ପିଏଡିସି ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ଭିଜନକୁ ସାକାର କରିବ । ଓଡିଶାର ଶିଳ୍ପାୟନରେ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସର୍ବଦା ସହଯୋଗ କରିଆସୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମିଳିତ ଭାବେ ପାରାଦୀପ ଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି)ର ଉଦ୍‌ଘାଟନ କରିଛନ୍ତି

ସେ କହିଛନ୍ତି ଓଡିଶାର ଶିଳ୍ପାୟନ ତଥା ବିକାଶ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଇଣ୍ଡିଆନ ଅଏଲ ପକ୍ଷରୁ ଏହି କେନ୍ଦ୍ରକୁ ନିର୍ମାଣ କରାଯାଇଛି । ଅ।ଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହା ଜାତୀୟ ସ୍ତରର ଓ ଅନ୍ତର୍ଜାତିୟ ସ୍ତରର ସେଂଟରରେ ଓଡିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରାଯିବ । ଏହି ସେଂଟର ଓଡିଆ ଶିଳ୍ପ ଉଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ ପଦକ୍ଷେପ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭାରତ ସରକାରଙ୍କ ସହଯୋଗରେ ଓଡିଶା ସରକାର ପେଟ୍ରୋକେମିକାଲ, ଇସ୍ପାତ, ଖଣି, କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ସଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ୱ ବଢାଇବାର ଲକ୍ଷ୍ୟ ରଖିଛନ୍ତି ।ଇଣ୍ଡିଆନ ଅଏଲ କର୍ପୋରେସନ ପାରାଦୀପରେ ୪୦ ହଜାରରୁ ଅଧିକ କୋଟି ଟଙ୍କା ପୁଞ୍ଜନିବେଶ କରିଛି । ଇଡକୋ ଏବଂ ଆଇଓସିଏଲ ପକ୍ଷରୁ ଯୁଗ୍ମ ଭାବରେ ଏସପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ ପାର୍କ ନିର୍ମାଣ କରାଯାଉଛି । ଭାରତ ସରକାରଙ୍କ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ତରଫରୁ ଭୁବନେଶ୍ୱର ସିପେକର ଉଚ୍ଚସ୍ତରର ପ୍ରଶିକ୍ଷଣ କେନ୍ଦ୍ର ବନାଯାଇଛି । ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧା ବା ଓଡିଶାର ପ୍ଲାଷ୍ଟିକ ଅଂଚଳରେ ଉଦ୍ୟୋଗୀଙ୍କୁ ନିରନ୍ତର କମ ମୂଲ୍ୟରେ କଂଚାମାଲ ଦେବାର ଦାୟିତ୍ୱ ଇଣ୍ଡିଆନ ଅଏଲ ନେବ ।

ଓଡିଶାକୁ ଗ୍ୟାସ ଆଧାରିତ ଅଂଚଳ ଭାବେ ତିଆରି କରିବା, ତୈଳ ଭିତିଭୂମି ଅଂଚଳ ଭାବରେ ପରିଣତ କରିବା, ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ଏବଂ ଆନୁଷାଙ୍ଗିକ ଆନ୍ସିଲାରୀ କ୍ଷେତ୍ରକୁ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।ଏହି ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଆଇଓସିଲର ଚେୟାରମ୍ୟାନ ସଞ୍ଜିବ ସିଂହ ଏବଂ ଭାରତ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭାରତ ବିକାଶର ସୂତ୍ରଧର ଓଡ଼ିଶା ସୂପୂତ୍ର ମାନ୍ୟବର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ତଥା ଆମ ପ୍ରିୟ ନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୧ତମ ଜନ୍ମ ଦିନ ଅବସରରେ

ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ କିଛି- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଛାତ୍ର ସଂସଦ ନିର୍ବାଚନରୁ ସାମାଜିକ ଜୀବନ ଆରମ୍ଭ କରିଥଲେ ଧର୍ମେନ୍ଦ୍ର ପ୍ରଧାନ ।

ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡିଶାର କୋଣ – ଅନୁକୋଣର କଲେଜ କ୍ୟାମ୍ପସ ବୁଲି ସଫଳ ଛାତ୍ର ସଂଗଠକ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

୨୦୦୦ ମସିହାରେ ପାଲଲହଡାରୁ ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରେଷ୍ଠ ବିଧାୟକ ଉକ୍ରଳ ମଣି ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ।

୨୦୦୪ରେ ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ।

୨୦୧୨ ମସିହାରେ ପ୍ରଥମ ଓଡିଆ ଭାବେ ବାହାର ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହେବାର ରେକର୍ଡ ତିଆରି କରିଥିଲେ ।

ଆଗରୁ ଧର୍ମେନ୍ଦ୍ର ଦଳୀୟ କାମରେ ଯୁବ ମୋର୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ପାର୍ଟୀର ରାଷ୍ଟ୍ରୀୟ ସମ୍ପାଦକ, ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇଛନ୍ତି ।

ଛତିଶଗଡ ନିର୍ବାଚନ, ଝାଡଖଣ୍ଡ, କର୍ଣାଟକ, ବିହାର, ଉତରାଖଣ୍ଡ ଆଦି ରାଜ୍ୟର ସଂଗଠନ ଓ ନିର୍ବାଚନ ପରିଚାଳନା କରିଛନ୍ତି ଧର୍ମେନ୍ଦ୍ର ।

୨୦୧୪ ଲୋକସଭା ନିର୍ବାଚନରେ ବିହାରରେ ବଡ ସଫଳତା ତଥା ୨୦୧୭ ଉତରାଖଣ୍ଡ ନିର୍ବାଚନରେ ଦଳ ପାଇଁ ଦୁଇ ତୃତୀୟାଂଶ ଆସନ ବିଜୟର ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଯାଏ ।

ସଫଳ ସଂଗଠକ, ରାଜନୈତିକ ରଣନୀତିକାର, ନିର୍ବାଚନ ପରିଚାଳନା ତଥା ପ୍ରଶାସନିକ ଦକ୍ଷତା ସହ ସରକାରୀ ବିଭାଗ ପରିଚାଳନା କ୍ଷେତ୍ରରେ ତାଙ୍କର ଦକ୍ଷତାକୁ ସାରା ଦେଶରେ ସ୍ୱୀକୃତି ମିଳିଛି । ଗତ କିଛି ଦଶନ୍ଧି ମଧ୍ୟରେ ଓଡିଶାର ରାଜନେତା ମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ସଫଳ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଛନ୍ତି ।

୨୦୧୭ ମସିହାରେ ପ୍ରଥମ ଓଡିଆ ଭାବେ ବାହାର ରାଜ୍ୟରୁ ୨ୟଥର ମଧ୍ୟ ପ୍ରଦେଶ ରୁ ରାଜ୍ୟସଭାକୁ ନିର୍ବାଚିତ ହେବାର ରେକର୍ଡ ତିଆରି କରିଥିଲେ ।

ମାତ୍ର ୪୮ ବର୍ଷ ବୟସରେ କେନ୍ଦ୍ର କ୍ୟାବିନେଟରେ ଦୁଇ- ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବାରେ ସେ ପ୍ରଥମ ଓଡିଆ।

ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା।

ଗବବସ୍ତ ମଣ୍ଡଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ।

ନିଆଳୀ- ଆମର ପ୍ରିୟ ନେତା ନେତା ଛବି ମଲ୍ଲିକ୍ ଙ୍କ ଆହ୍ବାନ କ୍ରମେ ବିଜେପି ତରଫରୁ ଗବବସ୍ତ ମଣ୍ଡଳ ସଭାପତି ଧିରେନ୍ଦ୍ର ବାରିକ ତତ୍ବାବଧାନ ରେ ହରିଅନ୍ତା ପଞ୍ଚାୟତର ହରିଜନ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ପ୍ରମୁଖ ନେତୃତ୍ବ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପଞ୍ଚାୟତ ସଭାପତି ବିଜୟ ପ୍ରଧାନ, ବରିଷ୍ଠ ସମବାୟ ବିତ ବନ୍ଧୁ ଚରଣ ସାହୁ,,କୃଷ୍ଣଚନ୍ଦ୍ର ମଲ୍ଲିକ, କେଦାରେ ଜେନା, ଦୁର୍ଗା ଚରଣ ରଥ, ମୁରଲୀ ବେହେରା, କଳ୍ପତରୁ ଖୁଣ୍ଟିଆ, ବିଶ୍ବମ୍ବର ଜେନା, ସନ୍ତୋଷ କୁମାର ପ୍ରଧାନ ଓ ପଞ୍ଚାୟତ ର ଅନ୍ୟ ପ୍ରମୁଖ କାର୍ଯ୍ଯକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ରଙ୍କୁ ବିରୋଧ କରିବାକୁ ଯାଇ ଝାଳ ବୁହାଇ ଶେଷରେ ନିରାଶ ହେଲେ ବିରୋଧୀ

ଗତ ୮ ତାରିଖ ଦିନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଭର୍ଚୁଆଲ ରାଲିରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପଦ୍ମଶ୍ରୀ ହଳଧର ନାଗଙ୍କ ପ୍ରସଙ୍ଗ ରଖିବା ବେଳେ ତାଙ୍କୁ ସାଧାରଣ ଓଡ଼ିଆ ଘରର ମଣିଷ ବା ମଳିମୁଣ୍ଡିଆ ବୋଲି କଥା ପ୍ରସଙ୍ଗରେ କହିଲେ । କିଛି ହାତଗଣତି ଲୋକ ଧର୍ମେନ୍ଦ୍ରଙ୍କ କହିଥିବା କଥାରୁ ଭୁଲ କାଢ଼ିବାର ପ୍ରୟାସରେ ଝାଳ ବୁହାଇ ବାରେ ବ୍ୟସ୍ତ ରହିଲେ ।

ମଳି ମୁଣ୍ଡିଆର ଅର୍ଥକୁ ରାଜନୈତିକ ଉଷ୍ମତା ପାଇଁ କଦର୍ଥ କରାନଯାଉ । ସାଧାରଣ ମଣିଷ କୁ ଲୋକଭାଷାରେ ମଳି ମୁଣ୍ଡିଆ ବୋଲି କୁହା ଯାଇଥାଏ । କଥାରୁ ଖିଅ କାଢୁଥିବା ମଣିଷ ମାନେ କେନ୍ଦ୍ରମନ୍ତ୍ରୀଙ୍କର ହଳଧର ନାଗଙ୍କ ଭଳି ବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନକୁ ନେଇ ପ୍ରଶ୍ନ ଉଠାଇବା ପୂର୍ବରୁ କେତେଥର ଧର୍ମେନ୍ଦ୍ର ପ୍ରଧାନ ଦୁନିଆ ସମ୍ମୁଖରେ ହଳଧରଙ୍କୁ ସମାନ୍ନିତ କରିବାକୁ ଯାଇ ହାତ ଯୋଡ଼ି ମୁଣ୍ଡ ତଳକୁ କରିଛନ୍ତି ତାହା ବିଷୟରେ ମଧ୍ୟ ଆଲୋକପାତ କରନ୍ତୁ । ଏହା ଛଡ଼ା କେନ୍ଦ୍ରମନ୍ତ୍ରୀ ନିଜେ ନିଜକୁ ମଧ୍ୟ ଅନେକଥର ଆମେ ଢେଙ୍କାନାଳିଆ- ବୁଦ୍ଧି କମ, ସାଧାରଣ ଘରୁ ଆସିଛୁ- ଏମିତି କହିବାର ସଂଖ୍ୟାଧିକ ଭିଡିଓ ଗୁଗୁଲ ରେ ଉପଲବ୍ଧ ଅଛି ।

ଧର୍ମେନ୍ଦ୍ରଙ୍କ କଥାର ଆକ୍ଷରିକ ଶବ୍ଦ ଏହା ଯେ କେଉଁ ପ୍ରଧାନମନ୍ତ୍ରୀ ହଳଧର ନାଗଙ୍କ ପରି ସାଧାରଣ ମଣିଷକୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ଓଡ଼ିଶାକୁ ଗୌରବ ମୟ କରିଥିଲେ? ଏହି ମନ୍ତବ୍ୟରେ କଣ ବା ଆପତ୍ତି ଥାଇ ପାରେ? ଯଦି ମୋଦୀଙ୍କୁ ଚାହା ବିକାଳିରୁ ପ୍ରଧାନମନ୍ତ୍ରୀ କହି ପାରୁଛେ, ସ୍ବର୍ଗତ କଲାମଙ୍କୁ ପେପର ବାଲା ସମ୍ବୋଧିତ କରି କହି ପାରୁଛେ, ତାହେଲେ ହଳଧର ନାଗଙ୍କ ପରିସ୍ଥିତି ଅନୁସାରେ ମଳିମୁଣ୍ଡିଆ କହିବାରେ ଆପତ୍ତି କୋଉଠି ରହିଲା? ମଳି ମୁଣ୍ଡିଆ ତ କୌଣସି ଅପ ଶବ୍ଦ ବି ନୁହଁ । ଓଡ଼ିଆରେ ମଳି ମୁଣ୍ଡିଆର ପ୍ରକୃତ ଅର୍ଥ ଗରିବକୁ କିମ୍ବା ସାଧାରଣ ମଣିଷକୁ ହିଁ ବୁଝାଏ । ତାଙ୍କ ଭାଷଣରେ ସେ ମାଟିର ମହକ ହଳଧର ନାଗଙ୍କୁ ଉଲ୍ଲେଖ କରିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ସାଧୁବାଦ । ରାଜ୍ୟର ବଣମଲ୍ଲୀ ମାନଙ୍କ ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧା ଭାରତର ରାଜଧାନୀରେ ଆଲୋଚ୍ୟର ବିଷୟ । ବିନା ପ୍ରସଙ୍ଗରେ ଆଲୋଚନାକୁ ଓଡ଼ିଶାର ଜନତା ଗ୍ରହଣ କଲାଭଳି ମନେ ହେଉନାହିଁ। ତେଣୁ ଅଯଥା ରାଜନୀତି କରନ୍ତୁ ନାହିଁ।

ମୋଦି ସରକାର ଓଡିଶାର ବିକାଶ କରିବା ପାଇଁ ଦାୟିତ୍ଵ ନେଇଛନ୍ତି- ଧର୍ମେନ୍ଦ୍ର ପ୍ରଧାନ।

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲି-ଓଡିଶା ଜନ ସମ୍ବାଦ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ କେନ୍ଦ୍ର ଗୃହମନ୍ତ୍ରୀ @AmitShah ଜୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଜୀ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଜୀଙ୍କ ସହ ଯୋଗଦେଲି । ‪

ବର୍ତ୍ତମାନ ପରିବର୍ତ୍ତିତ ବିଶ୍ୱରେ ଭାରତବର୍ଷ ଏକ ନୂଆ ଆତ୍ମବିଶ୍ୱାସ ନେଇ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପଷ୍ଟ କ୍ରିୟାନ୍ୱୟନ କାରଣରୁ ଦେଶ ଆଜି ପୃଥିବୀରେ ନୂଆ ମାଇଲଖୁଂଟ ତିଆରି କରିଛି । ପୃଥିବୀର ୧୫୦ ଦେଶକୁ ଭାରତ ନିଜେ ସମ୍ଭାଳିବା ସହ ଗରିବ ମାନଙ୍କ ଭିତରେ ନୂଆ ଆଶାର ସଂଚାର ଭରିଛି।

ଅନେକ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ଦାୟିତ୍ୱ ନେଇଛନ୍ତି । ମାତ୍ର ମୋଦି ସରକାର ବିଗତ ୬ ବର୍ଷରେ ଓଡିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଗତ ୬ ବର୍ଷରେ ମୋଦି ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ନୂଆ ଯୋଜନା ମାଧ୍ୟମରେ ସ୍ପଷ୍ଟ କ୍ରିୟାନ୍ୱୟନ କରି ପୂର୍ବ ଭାରତକୁ ଅନ୍ୟ ଅଂଚଳ ସହ ସମକକ୍ଷ କରିବାକୁ କଟିବଦ୍ଧ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

ଦେଶରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ବିଗତ ୬ ବର୍ଷରେ ଯେପରି ଦାୟିତ୍ୱ ନେଇଛନ୍ତି ପୂର୍ବରୁ କୌଣସି ସରକାର ଏପରି ଦାୟିତ୍ୱ ନେଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ, ଉଜ୍ଜଳା ଓ ଜନଧନ ପରି ଯୋଜନାରେ ଓଡିଶା ସବୁଠୁ ବଡ ଅଂଶ ଲାଭ ପାଇଛି ।

ଉପକୂଳ ଜାତୀୟ ରାଜପଥ, ଶିଳ୍ପାୟନ, କଳିଙ୍ଗ ନଗରକୁ ଷ୍ଟିଲ୍ ହବରେ ପରିଣତ କରିବା ଲକ୍ଷ୍ୟ ଓ ପାରାଦୀପ ରିଫାଇନାରୀର କାମ ମୋଦି ସରକାରରେ ହୋଇଛି । ଏତବ୍ୟତିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ପ୍ରଧାନମନ୍ତ୍ରୀ ମୋଦି ୫୦ କୋଟି ଟଙ୍କା ଦେଇଥିଲେ । ଲେଖକ ହଳଦର ନାଗଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡିଆ ଜାତିର ସମ୍ମାନ ବଢାଇଛନ୍ତି ମୋଦି ।

ମାଣବସା ଗୁରୁବାର, ରାବଣ ଛାୟା ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତି ଓ ପରମ୍ପରାର ପ୍ରଧାନମନ୍ତ୍ରୀ ମୋଦିଜୀ ସମ୍ମାନ ବଢାଇଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ସୌର ଶକ୍ତି ନଗର କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ଅମ୍ଫନ ବାତ୍ୟାର ଅନୁଧ୍ୟାନ ଓ ସମୀକ୍ଷା କରିବା ପାଇଁ ମେ ୨୨ ତାରିଖରେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ଦୁଇ ରାଜ୍ୟରେ ବିଜେପି ସରକାର ନଥାଇ ମଧ୍ୟ ଗରିବଙ୍କ କଥା ଚିନ୍ତା କରି ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ରରେ ଏହି ଦୁଇଟି ରାଜ୍ୟକୁ ଗସ୍ତ କରି ପଶ୍ଚିମବଙ୍ଗ ପାଇଁ ତତ୍କାଳୀନ ୧୦୦୦ କୋଟି ଏବଂ ଓଡିଶା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ । ଏହାସହ ମୋଦିଜୀଙ୍କ ଗସ୍ତର ଦିନକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛୁଟି ଦିନରେ ରାଜ୍ୟକୁ ସଙ୍ଗେସଙ୍ଗେ ୫୦୦ କୋଟି ଟଙ୍କା ପଠାଇଦେଲେ ।

୨୦୧୪ ପୂର୍ବରୁ ଦିଲ୍ଲୀ ସରକାରରେ ଶାସନ ଦାୟିତ୍ୱରେ ଥିବା ସରକାର ଯଦି ପୂର୍ବ ଭାରତକୁ ଗୁରୁତ୍ୱ ଦେଇଥାନ୍ତେ ତେବେ ଏଭଳି ଦିନ ଦେଖାଯାଇନଥାନ୍ତା । ସ୍ୱାଧୀନତା ପରେ ପଶ୍ଚିମ ଓ ଦକ୍ଷିଣ ଭାରତ ପରି ପୂର୍ବ ଭାରତ ବିକଶିତ ହୋଇନାହିଁ । ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସମଗ୍ର ଭାରତର ସନ୍ତୁଳିତ ବିକାଶ କଳ୍ପନା କରିବା ଅସମ୍ଭବ ବୋଲି ଏକ ଭାଷଣରେ ମୋଦିଜୀ କହିଥିଲେ । ନରେନ୍ଦ୍ର ମୋଦିଜୀଙ୍କ ଏହି ଭାଷଣକୁ ବାସ୍ତବରେ କରି ଦେଖାଇଛନ୍ତି ।

ଓଡିଶାକୁ ବିଜେପିର ଅଭେଦ ଗଡ଼ ବନେଇବାକୁ ହେବ: ଅମିତ ଶାହା

ଏହା ଭାରତର ସଂସ୍କାର କେନ୍ଦ୍ର ଅଟେ, ବର୍ତ୍ତମାନ ଏହାକୁ ବିକଶିତ ରାଜ୍ୟ ଭାବେ ଗଢିବାକୁ ହେବ l

ଓଡ଼ିଶାର କୌଣସି ବ୍ୟକ୍ତିକୁ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ, ଏପରି ସ୍ଥିତି ଆମକୁ ଗଢିବାକୁ ହେବ l

ଏହି କାମ କେବଳ ଭାଜପାର ସରକାର ହିଁ କରିପାରିବ: ଶ୍ରୀ ଅମିତ ଶାହା #BJPJanSamvad

ଓଡିଶା ଜନ ସମ୍ବାଦ ରେ ଅମିତ ଶାହାଙ୍କ ମନ୍ତବ୍ଯ।

ତ୍ରୟୋଦଶ ଅର୍ଥ ଆୟୋଗରେ କଂଗ୍ରେସ ସରକାର ଓଡିଶାକୁ ୭୯,୦୦୦ କୋଟି ଟଙ୍କା ଦେଇଥିଲେ l

୨୦୧୪-୧୯ ମଧ୍ୟରେ ମୋଦୀ ସରକାର ଓଡିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି l

ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ସମେତ ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ମୋଦୀ ସରକାର ଓଡିଶାକୁ ପ୍ରଦାନ କରିଛନ୍ତି: ଶ୍ରୀ ଅମିତ ଶାହା #BJPJanSamvad