
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ନିଆଳୀ ନିର୍ବାଚନ ମଣ୍ଡଳୀର ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଆଳୀ ବିଜେପି ନେତା ଛବି ମଲ୍ଲିକ କିପରି ଅଧିକ ରୁ ଅଧିକ ଲୋକଙ୍କୁ ରାଲିରେ ଯୋଡାଯିବ ସେ ବିଷୟରେ କାର୍ଯ୍ଯକର୍ତ୍ତା ମାନଙ୍କୁ ଆହ୍ୱାନ ଦେଲେ ।

କରୋନା ଭଳି ସଂକଟ ସମୟରେ ନିଆଳୀ ବିଜେପିର ସଦସ୍ୟମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । କରୋନା ଗାଇଡଲାଇନକୁ ପାଳନ କରି ଗରିବ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରିବା, ମାସ୍କ ବଣ୍ଟନ କାମ କରିଛିନ୍ତି ।

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ପ୍ଲାଟଫର୍ମରେ ତଥା ସାମାଜିକ ଦୂରତା ଅବଲମ୍ବନ କରି ଆସନ୍ତା ଜୁଲାଇ ୪ ତାରିଖ ରେ ଜନସମ୍ବାଦ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନିଆଳୀ ବିଧାନସଭା ର ନେତା ଛବି ମଲ୍ଲିକ ଆହ୍ବାନ ଦେଇଛନ୍ତି ।

